• Sun. Dec 22nd, 2024

ତାଳଚେର ଥର୍ମାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

BySwatipriya

Apr 18, 2024
Spread the love

ଆଜି ତାଳଚେର ଥର୍ମାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି । ଏହି ସଭାରେ ସଭାପତିତ୍ୱ କରିଥିଲେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶୁଭେନ୍ଦୁ ଶେଖର ବୋଷ ମହୋଦୟ । ଏଥିସହିତ ସଭାରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ଏନ୍.ଟି.ପି.ସି./ ଟିଟିପିଏସ୍ ର ଶ୍ରୀଯୁକ୍ତ ଗୌତମ ଦେବ ( ଇ.ଡି), ସମ୍ମାନନୀୟା ଅତିଥି ଶ୍ରୀମତୀ ବିପାଶା ଦେବ (ପ୍ରେସିଡେଣ୍ଟ ସାଗରିକାଲେଡ଼ିଶ କ୍ଲବ୍) ଓ ତାଙ୍କ ସହ ଯୋଗ ଦେଇଥିଲେ ଡକ୍ଟର ଜେ.ପି ରୟ ଜେନେରାଲ ମ୍ୟାନେଜର (ପ୍ରୋଜେକ୍ଟ) , ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ଜେନେରାଲ ମ୍ୟାନେଜର (ସିଭିଲ୍) , ଶ୍ରୀଯୁକ୍ତ ଦୀପକ ଜି.ଏମ୍( ଇଞ୍ଜିନିୟରିଂ), ଶ୍ରୀଯୁକ୍ତ ରୋହିତ କୁମାର ଏଜିମ୍ (ଏଲେଟ୍ରିକାଲ୍), ଶ୍ରୀଯୁକ୍ତ ଏସ.ବି. ମିଶ୍ର ସିନିୟର୍ ମ୍ୟାନେଜର (ଏଚ୍.ଆର୍) ଏହି ସଭାରେ ଡିଏଭିର କ୍ଲଷ୍ଟର ହେଡ୍ ଶ୍ରୀମତୀ ଜ୍ୟୋତି ମିଶ୍ର, ଶ୍ରୀମତୀ ଶୁକ୍ଳା ଚକ୍ରବର୍ତ୍ତୀ (ଅଧ୍ୟକ୍ଷା ଡିଏଭି ପବ୍ଲିକ ସ୍କଲ ଡେରା, ଶ୍ରୀଯୁକ୍ତ ସମୀର କାନୁନଗୋ (ଅଧ୍ୟକ୍ଷ ଡିଏଭି ପବ୍ଲିକ ସ୍କୁଲ ଏନଟିପିସି / ଟିଟିପିଏସ) ଶ୍ରୀଯୁକ୍ତ ଫକୀର ମୋହନ ସାହୁ( ଅଧ୍ୟକ୍ଷ ଡିଏଭି ସାବିତ୍ରୀ ଜିନ୍ଦଲ ସ୍କଲ ), ସଂଯୁକ୍ତା ପୃଷ୍ଟି (ଅଧ୍ୟକ୍ଷା ଡିଏଭି ପବ୍ଲିକ ସ୍କୁଲ ଲିଙ୍ଗରାଜ ପବ୍ଲିକ ସ୍କୁଲ), ଶ୍ରୀଯୁକ୍ତ ନରେନ୍ଦ୍ର କୁମାର ପାଇକରାୟ( ଅଧ୍ୟକ୍ଷ ଗଡ଼ତଳ କଲେଜ), ଯୋଗ ଦେଇଥିଲେ। ବିଭିନ୍ନ ପ୍ରକାର ସମ୍ବାଦ ପତ୍ରର ଆଞ୍ଚଳିକ ସାମ୍ବାଦିକମାନେ ଉକ୍ତ ସଭାରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମର ଏନ୍ ଟି ପି ସି/ ଟି ଟି ପି ସିର ଇଡି ଶ୍ରୀଯୁକ୍ତ ଗୌତମ ଦେବଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜୋଳନ ହୋଇଥିଲା। ସେ ତାଙ୍କର ଅଭିଭାଷଣରେ ଯୁବ ସମାଜ କିପରି ହେବ ଉଚିତ ଜଣାଇବା ସହ ଏକ ସୁନ୍ଦର ଚରିତ୍ରବାନ ନାଗରିକ ହୋଇ ଦେଶକୁ ଆଗେଇ ନେବାକୁ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ତତ୍ ପରେ ଅଭିଭାଷଣ ପୂର୍ବକ ଶ୍ରୀମତୀ ଜ୍ୟୋତି ମିଶ୍ର (କ୍ଲାଷ୍ଟର ହେଡ) ପିଲାମାନଙ୍କ ପ୍ରତିଭା ପରିସ୍ପୁଟିତ ପାଇଁ ଉଭୟ ଅଭିଭାବକ ଓ ଶିକ୍ଷକ ଅବଦାନ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ ପରି ବୁଝାଇ ସଭାର ମହତ୍ତ୍ଵ ବଢାଇ ଦେଇଥିଲେ। । ବିଦ୍ୟାଳୟର ଅଧ୍ୟକ୍ଷ ବାର୍ଷିକ ବିବରଣୀ ପାଠକରିବା ସହ ଆଗାମୀ ଦିନରେ ପିଲାଙ୍କର ସୁନ୍ଦରରୁ ଅତିସୁନ୍ଦର ଭବିଷ୍ୟତ ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହା ପରେ ଶିବ ପଞ୍ଚାକ୍ଷରି ଓ ରାମ ନବମୀ ଅବସରରେ ରାମ ଲୀଳା ସହ ଆଠ ଗୋଟି ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।ଉପସ୍ଥିତ ଥିବା ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକମାନେ ସହଯୋଗ କରିଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଗିରିଜା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଶ୍ରୀଯୁକ୍ତ ସପନ ମିଶ୍ର ଓ ଶ୍ରୀଯୁକ୍ତ ଗୋପୀନାଥ ବେହେରା।ସର୍ବୋପରି ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ସହଯୋଗରେ ଦିବସଟି ସାଫଲ୍ୟମଣ୍ଡିତ ହୋଇଅଛି।

Leave a Reply

Your email address will not be published. Required fields are marked *