• Fri. Jan 10th, 2025 9:43:20 AM

ବଡ଼ି ଗ୍ୟାରେଜରୁ ଶାଳକାଠ ଜବତ କଲା ତାଳଚେର ବନବିଭାଗ

BySwatipriya

Apr 9, 2024
Spread the love

ତାଳଚେର : ଶିଳ୍ପନଗରୀ ତାଳଚେର ସହର ମଧ୍ୟରେ ବନବିଭାଗ କାର୍ଯ୍ୟାଳୟ ଠାରୁ ମାତ୍ର ୫ଶହ ମିଟର ଦୂରରେ ହାଟତୋଟା ମୁଖ୍ୟ ରାସ୍ତା କଡ଼ରେ ରହିଥିବା ଟ୍ରେନ ବଡ଼ି ଗ୍ୟାରେଜରେ ବନବିଭାଗ ପକ୍ଷରୁ ଆତର୍କିତ ଚଢ଼ାଉ କରି ସେଠାରୁ ବ୍ୟାପକ ପରିମାଣରେ ଶାଳପଟ୍ଟା ଜବତ କରାଯାଇଛି । ଏହି ଘଟଣା ପ୍ରଚାରିତ ହେବାପରେ ଅଂଚଳରେ ରହିଥିବା ସମସ୍ତ ବଡ଼ି ଗ୍ୟାରେଜ ମାଲିକଙ୍କ ମଧ୍ୟରେ ଭୟର ଆତଙ୍କ ଖେଳାଇ ଦେଇଛି । ସେଠାରୁ ଟ୍ରକ ଡ଼ାଲା ପାଇଁ ଉଦ୍ଦିଷ୍ଟ ଚୋରା ଶାଳାକାଠକୁ ଜବତକରି କାର୍ଯ୍ୟାଳୟକୁ ଆଣିଥିଲେ । ଏହି ଶାଳପଟ୍ଟା ଗୁଡ଼ିକର ସମ୍ପୃକ୍ତ ମାଲିକ କୌଣସି କାଗଜପତ୍ର ଦେଖା ନଥିଲେ ଓ ସନ୍ତୋଷ ଜନକ ଉତର ଦେଇ ପାରିନଥିବାରୁ ଉକ୍ତ ପଟ୍ଟାକୁ ବନବିଭାଗ ଜବତ କରିଥିବା ଜଣାପଡ଼ିଛି । ଗ୍ୟାରେଜ ମାଲିକଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ତେଣୁ ଅନୁଗୋଳ ଡ଼ିଏଫୋ ଏହାକୁ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି । ତେବେ ଶିଳ୍ପନଗରୀ ତାଳଚେର ଅଂଚଳରେ ବାହାର ରାଜ୍ୟ ଓ ଜିଲ୍ଳାରୁ ଆସି ଏଠାରେ ଛତୁ ଫୁଟିଲା ଭଳି ବଡ଼ି ଗ୍ୟାରେଜ୍ କରି ନିଜର ଗୁଜୁରାଣ ମେଟାଂଇଥିବା ବେଳେ ଏଥିରୁ କିଛି ବେଆଇନ୍ ଗ୍ୟାରେଜ୍ ହୋଇଥିବା ବେଳେ ଆଉ କିଛି ହାତଗଣତି ସରକାରୀ ସ୍ୱୀକୃତୀ ପ୍ରାପ୍ତ ରହିଥିବା କୁହାଯାଉଛି । ତେବେ ଏହାର ବିଧିବଦ୍ଧ ତଦନ୍ତ କରାଗଲେ ବହୁ ସତ୍ୟାସତ୍ୟ ପଦାକୁ ଆସିବ ବୋଲି କୁହାଯାଉଛି । ଏହି ବେଆଇନ କାରବାର ଗ୍ୟାରେଜ୍ ଯୋଗୁଁ ସରକାରଙ୍କ ବ୍ୟାପକ ରାଜସ୍ୱ କ୍ଷତି ଘଟୁଥିବା କୁହାଯାଉଛି ।

Leave a Reply

Your email address will not be published. Required fields are marked *