ତାଳଚେର:ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଓ 20ତମ ଲୋକ ମହୋତ୍ସବ ନିମନ୍ତେ ଦ୍ୱତୀୟ ପ୍ରାକ୍-ପ୍ରସ୍ତୁତି ବୈଠକ ଗୁରୁବାର ଦିନ 3:30 ସମୟରେ ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳା ପୀଠ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ତାଳଚେର ଉପଜିଲ୍ଲାପାଳ ତଥା ମା ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ମନୋଜ କୁମାର ତ୍ରିପାଠୀ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ବୈଠକ ଆରମ୍ଭରେ ମ୍ୟାନେଜିଂ ଟ୍ରଷ୍ଟି ଉପସ୍ଥିତ ସମସ୍ତ ସରକାରୀ ଅଧିକାରୀ ଓ ଟ୍ରଷ୍ଟ ବୋର୍ଡ ସଦସ୍ୟ ମନଙ୍କୁ ସ୍ୱାଗତ କରିଥିଲେ ଚଳିତ ବର୍ଷ ପରି ସାଧାରଣ ନିର୍ବାଚନ ନିମନ୍ତେ ଅଦଶ ଆଚରଣ ଵିଧି ଲାଗିଥିବାରୁ ଏହି ବୈଠକକୁ କଣସି ନିର୍ବାଚିତ ପ୍ରତିନିଧି ମାନଙ୍କୁ ବୈଠକ ଆସିବା ନିମନ୍ତେ ବରଣ କରାଯାଇଥିଲା ଚଳିତ ବର୍ଷ ଅପ୍ରିଲ ମାସ 22/4/2024ତାରିଖ ଠାରୁ ଆରମ୍ଭ ହୋଇ 30/4/2024ରିଖରେ ଶେଷ ହବ ବୋଲି ମନ୍ଦିର ରାଜା ଙ୍କ ପୂଜକ ପଞ୍ଜିକା ଗଣନା କରି କହିଥିଲି ଏହି ବୈଠକ ରେ ଟ୍ରଷ୍ଟ ବୋର୍ଡ ର ସମସ୍ତ ସଦସ୍ୟ, ଉପଖଣ୍ଡ ପ୍ରଶାସନ, ପୋଲିସ ପ୍ରଶାସନ,MCL ର ସମସ୍ତ ପଦାଧିକାରୀ ଉପସ୍ଥିତ ରହିଥିଲେ ଏହା ପରେ ଉପଜିଲ୍ଲାପାଳ, ତଥାମ୍ୟାନେଜିଂ ଟ୍ରଷ୍ଟି ଆଲୋଚନା ରେ ଅଂଶଗ୍ରହଣ କରି ଗତ ତା 12/02/2024 ରିଖ ରେ ଆଲୋଚନା ହେଇଥିବା ବିଷୟ ଉପରେ ଆଲୋକ ପାତ କରି କୋଇଲା କ୍ଷେତ୍ରର ମହାପ୍ରବନ୍ଦ ମାନଙ୍କୁ ଦିଆଯାଇଥିବା କାଯ୍ୟଗୁଡିକର ଅଗ୍ରଗତି ବିଷୟ ରେ ଆଲୋକପାତ କରିଥିଲେ ବିଶେଷ କରି MCL, ହିଙ୍ଗୁଳା କ୍ଷେତ୍ର, ଜଗନ୍ନାଥ କ୍ଷେତ୍ର,ଭାରତ ପୁରୁ କ୍ଷେତ୍ର, ଲିଙ୍ଗରାଜ କ୍ଷେତ୍ର, କଣିହାଁ କ୍ଷେତ୍ର, ଏନ ଟି.ପି.ସି କଣିହାଁ ଏବଂ ଜିନ୍ଦଲ ଅନୁଗୁଳ କୁ ଦିଆଯାଇଥିବା କାଯ୍ୟ ସମୂହ ଅଗ୍ରଗତି ବିଷୟ ରେ ଅବଗତି ହୋଇଥିଲା ଏବଂ ଯାତ୍ରା 22/4/24 ରିଖରେ ରେ ପଡୁଥିବାରୁ ତାହା ପୂର୍ବରୁ ସମସ୍ତ କାଯ୍ୟ କରିବାକୁ ଅନୁରୋଧ କରିଥିଲା ,ଉପଜିଲ୍ଲାପାଳ ତାଳଚେର ମଧ୍ୟ ମହାପ୍ରବନ୍ଧକମାନଙ୍କୁ ଯାତ୍ରା ଯାତ୍ରା ଆରମ୍ଭର ଯଥେଷ୍ଟ ପୂର୍ବରୁ କାଯ୍ୟ ସବୁ ଶେଷ କରିବା କୁ ନିର୍ଦେଶ ଦେଇଥିଲେ! ଏଥିରେ ସମସ୍ତ ମହାପ୍ରବନ୍ଧକ ନିଦ୍ଧାରିତ ସମୟ ପୂର୍ବରୁ ସେମାନେ ସମସ୍ତ କାଯ୍ୟ ଶେଷ କରିବାକୁ ସମ୍ମତପ୍ରଦାନ କରିଥିଲେ ଶେଷରେ ମା ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ମନୋଜ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।