ଢେଙ୍କାନାଳ: ଢେଙ୍କାନାଳ ରେ ବାକୀ ଘୋଳପୁରର ମା ରାମଚଣ୍ଡୀ ଙ୍କ ମେରୁ ଯାତ୍ରାପାଇଁ ମା’ଙ୍କ ଘଟ ଦୋଳପୂର୍ଣ୍ଣିମା ଠାରୁ ଉଠାଯାଇ ମେରୁ ଯାତ୍ରା ପଯ୍ୟନ୍ତ ଢେଙ୍କାନାଳ ସହରର ଗଳିକନ୍ଦି ରେ ବୁଲାଯାଏ। ଦିର୍ଘ ୩୦ ବର୍ଷ ମା’ଙ୍କ ଘଟକୁ ଧରି କାଳେସି ହାଡିବନ୍ଧୁ ରଣା ନିଷ୍ଟାର ସହ ସେବା କରିଆସୁଛନ୍ତି। ଚୈତ୍ରମାସ ସାରା ଘଟଧରି ବୁଲି ମା’ଙ୍କ ମାଗଣ କରିଥାନ୍ତି। ତାଙ୍କ ସହ ଦୁଇ ପୂଜକ ଅପର୍ତି ରଣା ଓ କୃଷ୍ଣ ରଣା ଘରଘର ବୁଲି ମା’ଙ୍କ ଭୋଗ ଲାଗି ଓ ନିତି କାନ୍ତି ପାଳନ କରନ୍ତି