• Mon. Dec 23rd, 2024

ଜିଲ୍ଲା ସ୍ତରୀୟ ଓଡିଶା ଦିବସ ପାଳିତ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନଙ୍କ ମାଲ୍ୟାର୍ପଣ

BySwatipriya

Apr 1, 2024
Spread the love

ପ୍ରତି ବର୍ଷ ଜିଲ୍ଲା ପ୍ରଶାସନ ଓ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୁଲ୍ୟରେ ଆଜି ଢେଙ୍କାନାଳରେ ଜିଲ୍ଲା ସ୍ତରୀୟ ଓଡିଶା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି ( ସାଧାରଣ ), ପୌର ନିର୍ବାହୀ ଅଧିକାରୀ ଶ୍ରୀ ସୁକାନ୍ତ କୁମାର ବେଉରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅଭିଷେକ ବେହେରାଙ୍କ ସମେତ ପ୍ରଶାସନିକ ଅଧିକାରୀମାନେ ଆଜି ସକାଳ ସହର ମଧ୍ୟରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଶାନ୍ତିଦୁତ ଲାଲ ବାହାଦୁର ଶାସ୍ତ୍ରୀ, ସଂଗ୍ରାମୀ ସାରଙ୍ଗଧର ଦାସ, ନେତାଜୀ ସୁବାସ ଚନ୍ଦ୍ର ବୋଷ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ, ଉତ୍କଳମଣି ଗୋପବନ୍ଧୁ ଦାସ, ଶହୀଦ ବାଜି ରାଉତ, ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି, ନନ୍ଦିନୀ ଦେବୀ ଏବଂ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ ।ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ଗୃହଠାରେ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା । ସଭା ପ୍ରାରମ୍ଭରେ ବରପୁତ୍ରମାନଙ୍କ ଫଟୋଚିତ୍ରରେ ଅତିଥିମାନେ ପୁଷ୍ପଞ୍ଜଳୀ ପ୍ରଦାନ କରି ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ । ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ, ଓଡିଶା ପ୍ରଦେଶ ଗଠନର ଇତିହାସ, ଅସ୍ମିତା ଓ ମହାମନିଷୀ ମାନଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି ( ସାଧାରଣ ) ବନଖଣ୍ଡ ଅଧିକାରୀ ଶ୍ରୀ ସୁମିତ କୁମାର କର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ସାହୁ, ସାମ୍ବାଦିକ ଶ୍ରୀ ରତନ ନାୟର, ଶ୍ରୀ ପ୍ରଦ୍ୟୁମ୍ନ ରଥ, ଶ୍ରୀ ଶ୍ରୀବାସ ନାୟକ ଭାଷା ଭିଭିକ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ମହାପୁରୁଷ ମାନଙ୍କ ନିଷ୍ଠାପରତା ଓ ଅତୁଳନୀୟ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ସଭାରେ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଗଣମାଧ୍ଯମର ପ୍ରତିନିଧୂମାନେ ଯୋଗ ଦେଇଥିଲେ । ଶ୍ରୀ ଅବନୀ ମିଶ୍ର ସଭାକାର୍ଯ୍ୟ ସଂଯୋଜନା କରିଥିଲେ ।ଏହି ଅବସରରେ ଆଜି ପ୍ରତ୍ୟୁଷ ରୁ ସହର ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଓଡିଶା ସଙ୍ଗୀତ ଡାକ ବାଜି ଯନ୍ତ୍ର ମାଧ୍ୟମରେ ପରିବେଷଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *