ଢେଙ୍କାନାଳ, ୩୧/୩: ଶ୍ୟାମାଚରଣପୁର ବିକାଶ ସମିତି ଆନୁକୂଲ୍ୟରେ ପଂଚୁଦୋଳ ଧୁମ୍ ଧାମ୍ ସହକାରେ ପାଳିତ ହୋଇଯାଇଅଛି । ଶ୍ୟାମାଚରଣପୁର ବିକାଶ ସମିତିର ସଭାପତି ଯୋଗୀନାଥ ମହାନ୍ତିଙ୍କ ପୌରହିତ୍ୟରେ ସଂପାଦକ ପ୍ରସନ୍ନ କୁମାର ସାହୁ, ସହ –ସମ୍ପାଦକ ସର୍ବଭାନୁ ଦାସ, ବରିଷ୍ଠ ସଭ୍ୟ ଅରୁଣ ମହାନ୍ତି, ସୁରେଶ ଜେନା, ଶ୍ୟାମ ତ୍ରିପାଠୀ, ବଂଶୀଧର ସାଇଁ, କୁଳମଣି ସାହୁ, ରୁଚିର ମିଶ୍ର, ବୈଦ୍ୟନାଥ ସେନାପତି, ଦେବାଶିଷ ତ୍ରିପାଠୀ, ମାନସ ପଣ୍ଡା ପ୍ରମୁଖ ସହଯୋଗ କରି ଦାୟିତ୍ଵ ନିର୍ବାହ କରିଥିଲେ । ରାଧାକୃଷ୍ଣଙ୍କର ଯୁଗଳ ମୂର୍ତୀ ବିମାନଗୁଡିକ ଉମାଶଙ୍କର ତ୍ରିପାଠୀ, ପ୍ରମୋଦ ଦାଶ ଓ ରଞ୍ଜନ କୁମାର ଦାସଙ୍କ ସହଭାଗିତା ଓ ସହଯୋଗରେ ଠାକୁରମାନେ ସଂକୀର୍ତନ, ଘଂଟିଘଂଟା ବଜାଇ ଶ୍ୟାମାଚରଣପୁର ଘର ଘର ବୁଲି ଭୋଗ କାଇଥିଲେ । ଗତ ୩୦ ତାରିଖରେ ଶନିବାର ଫଚୁଦୋଳ ମେଲଣ ପଡିଆରେ ସବୁ ବିମାନ ଏକାଠି ହୋଇ ସଂକୀର୍ତନ, ଲଉଡିବାଡି ଖେଳ, ଘଟା, ଘଂଟ ଓ ଆତସବାଜି କରି ଗ୍ରାମ ଦେବତୀ ସୁନ୍ଦରସୁଣୀ ମନ୍ଦିର ପର୍ଯ୍ୟନ୍ତ ଧୁମ୍ଧାମ୍ରେ ଯାଇ ଫେରି ମେଲଣ ପଡିଆରେ ବିଜେ କରିଥିଲେ । ଅନୁଷ୍ଠାନ ତରଫରୁ ଢେଙ୍କାନାଳର ପ୍ରତିଷ୍ଠିତ ଗାୟକମାନଙ୍କ ଦ୍ବାରା ଭଜନ ପରିବେଷଣ କରାଯାଇଥୁଲା । କୁନି କୁନି କଳାକାରମାନଙ୍କ ଦ୍ବାରା ନୃତ୍ୟ ପରିବେଷଣ କରାଯାଇଥିଲା। ପ୍ରାୟ ୧୦୦0 ଲୋକଙ୍କ ପାଇଁ ପ୍ରସାଦସେବନ ବ୍ୟବସ୍ଥା କରାଯାଇଥିଲା ଓ ଶୁଖିଲା ଭୋଗ ଅଂଚଳର ସମସ୍ତଙ୍କ ଘରେ ଘରେ ପହଁଚାଇବା ପାଇଁ ବନ୍ଦୋବସ୍ତ କରାଯାଇଥିଲା । ସଭାପତି ଯୋଗୀନାଥ ମହାନ୍ତି ଅଂଚଳ ଅଂଚଳବାସୀଙ୍କ ସହଯୋଗ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ।