ମହାପ୍ରବନ୍ଧକ, ଲିଙ୍ଗରାଜ କ୍ଷେତ୍ରଙ୍କ ଅଧ୍ୟକ୍ଷତାରେ ଏବଂ ପରିଯୋଜନା ଅଧିକାରୀ, ଲିଙ୍ଗରାଜ ପରିଯୋଜନା, ଲିଙ୍ଗରାଜ କ୍ଷେତ୍ରର ବିଭିନ୍ନ ବିଭାଗର ପ୍ରମୁଖ, ଅଧିକାରୀବୃନ୍ଦ, କର୍ମଚାରୀ ସଂଘର ପଦାଧିକାରୀଗଣ, କର୍ମଚାରୀଗଣ ଓ ଆଶା କିରଣ ମହିଳା ମଣ୍ଡଳର ସଦସ୍ୟା ମାନଙ୍କ ଉପସ୍ଥିତିରେ ଏମ୍ ସି ଏଲ୍ ଲିଙ୍ଗରାଜ କ୍ଷେତ୍ର ବିଶ୍ଵ ପରିବେଶ ଦିବସ ପାଳନ କରିଛି । ଏହି ଅବସରରେ ଏକ ଜନ ସଚେତନତା ରାଲି ଓ କ୍ଲିନ୍ ଅପ୍ ଡ୍ରାଇଭ ଆୟୋଜିତ ହୋଇଥିଲା । ଶିଶୁ, ମହିଳା , ଅଧିକାରୀ ଓ କର୍ମଚାରୀ ମାନଙ୍କ ମଧ୍ୟରେ ପରିବେଶ ସଚେତନତା ବୃଦ୍ଧି ପାଇଁ ବିଭିନ୍ନ ପ୍ରତିଯୋଗିତା ମଧ୍ୟ କରାଯାଇଥିଲା । ଆଞ୍ଚଳିକ କାର୍ଯ୍ୟାଳୟ, ରାଜ୍ୟ ପରିବେଶ ପ୍ରଦୂଷଣ ବୋର୍ଡ, ଅନୁଗୁଳ ସହିତ ମିଳିତ ଭାବରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏକ କର୍ମଶାଳା ଆୟୋଜିତ ହୋଇଥିଲା ଯେଉଁଥିରେ ଭୂମି ପୁନରୁଦ୍ଧାର ଓ ମରୁଡି ପରିସ୍ଥିତି ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। ରାଜ୍ୟ ପରିବେଶ ପ୍ରଦୂଷଣ ବୋର୍ଡ ର ଆଞ୍ଚଳିକ ଅଧିକାରୀ ଓ ଅନ୍ୟାନ୍ୟ ବିଶେଷଜ୍ଞ ବକ୍ତା ମାନେ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ୍ ମାଧ୍ୟମରେ ଉପସ୍ଥିତ ଥିବା ସ୍ଥାନୀୟ ଜନସାଧାରଣଙ୍କୁ ପରିବେଶ ପ୍ରଦୂଷଣର ବିଭିନ୍ନ ନିରାକରଣ ଦିଗ ଉପରେ ଅବଗତ କରିଥିଲେ। 5 ଜୁନ ରେ ମହାପ୍ରବନ୍ଧକ, ଲିଙ୍ଗରାଜ କ୍ଷେତ୍ର ପତାକା ଉତ୍ତୋଳନ କରିଥିଲେ ଏବଂ ଉପସ୍ଥିତ ଲୋକମାନେ ଶପଥ ଗ୍ରହଣ କରିଥିଲେ। ବିଶ୍ଵ ପରିବେଶ ଦିବସ ପାଳନ ସମାରୋହର ଉଦଯାପନୀ ଉତ୍ସବରେ ବକ୍ତା ମାନେ ପରିବେଶ ସଚେତନତା ଉପରେ ଆଲୋକପାତ କରିଥିଲେ ଏବଂ ଶେଷରେ ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀ ମାନଙ୍କୁ ପୁରଷ୍କାର ବିତରଣ କରାଯାଇଥିଲା।