• Tue. Dec 17th, 2024

ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ସିମିନଇ ରେ ବିଶ୍ୱ ଶ୍ରମିକ ଦିବସ ପାଳନ

ByEditor

May 1, 2024
Spread the love

ଆଜି ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ସିମିନଇ ମୌଜାର ଯାତ୍ରା ପଡିଆ ନିକଟରେ ଓ.ଆଇ.ସି. ଡବ୍ଲୁ.ୟୁ. ର ରାଜ୍ୟ ସଭାପତି କମଳ କୁମାର ମିଶ୍ରଙ୍କ ଦ୍ଵାରା ବିଶ୍ୱ ଶ୍ରମିକ ଦିବସ ପାଳନ କରାଯାଇଛି । ଏହି ଶ୍ରମିକ ଦିବସ ୧୮୮୩ ମସିହା ମେ ୧ ତାରିଖରେ ଆମେରିକାର ଚିକାଗୋ ସହରରେ ସର୍ଵ ପ୍ରଥମେ ପୁଞ୍ଜିବାଦୀ ଦାସତ୍ୱ ନୀତି ବିରୁଦ୍ଧରେ ମୁଣ୍ଡ ଟେକିଥିଲା । ପୁଞ୍ଜିପତି ଯେଉଁମାନେକି ସମାଜରେ ଶ୍ରମିକ ମାନଙ୍କୁ ଦୀନହୀନ ମଜୁରିଆ ବୋଲି ମନେକରି ସମାଜରେ ଜଣେ ଆତ୍ମ ସମ୍ମାନସ୍ପଦ ମଣିଷ ବୋଲି ବଞ୍ଚି ରହିବାର ଅଧିକାରକୁ ଖୁର୍ଣ୍ଣ କରୁଛନ୍ତି । କେବଳ ଗରୀବ ଦିନ ମଜୁରିଆ ବ୍ୟକ୍ତିକୁ ଶ୍ରମିକ ବୁଝାଏ ନାହିଁ ଶ୍ରମିକ ଶବ୍ଦର ଅର୍ଥ ନିଜସ୍ଵ ଶ୍ରମ ବା ପରିଶ୍ରମରେ ଇଟା ବାଲି ବୋହୁଥିବା ବ୍ୟକ୍ତି ଠାରୁ ଆରମ୍ଭ କରି ଶିଳ୍ପା ଅନୁଷ୍ଠାନ ଓ ଅଫିସରେ କାର୍ଯ୍ୟରତ ସମସ୍ତ ଶ୍ରମିକ ବ୍ୟକ୍ତି ଆତ୍ମ ସମ୍ମାନ ପୂର୍ବକ ଜୀବନ ଯାପନ କରିବା ପାଇଁ ଏହି ଦିବସର ମହତ୍ତ୍ୱ ବୋଲି ସଭାପତି କମଳ କୁମାର୍ ମିଶ୍ର ଶ୍ରମିକ ଦିବସରେ ଅଭିଭାଷଣ ଦେଇଥିଲେ । ରାଜ୍ୟ କୋଷାଧ୍ୟକ୍ଷ ସର୍ବେଶ୍ଵର ସେନାପତି ଶ୍ରମିକ ମାନଙ୍କର ଏକତା ଅତ୍ୟନ୍ତ ଜରୁରୀ ବୋଲି ମତ ପ୍ରକାଶ କରିଥିଲେ । ରୋହିତ ଦଳେଇ, କାଳନ୍ଦୀ ସେନାପତି, ଅଶୋକ ଦଳେଇ, କାମାକ୍ଷା ପ୍ରସାଦ ପରିଡା, ରୋହିତ ରାଉତ ଇତ୍ୟାଦି ବହୁ ଶ୍ରମିକ ଯୋଗଦାନ କରିଥିଲେ । ଚଳିତ ବର୍ଷ ପ୍ରଚଣ୍ଡ ରୁଦ୍ରତାପ ଓ ନିର୍ବାଚନ ଆଚରଣ ବିଧି କୁ ଆଖି ଆଗରେ ରଖି ସଭାପତି ନିରାଡମ୍ବର ଭାବରେ ବିଶ୍ୱ ଶ୍ରମିକ ଦିବସ ଆୟୋଜିତ କରାଇଥିଲେ । ପରିଶେଷରେ ଧନ୍ୟବାଦ୍ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

By Editor

Leave a Reply

Your email address will not be published. Required fields are marked *