ଅନୁଗୋଳ ସାପ୍ତାହିକ ହାଟ ନିକଟସ୍ଥ ସାଇ ବିହାର ଠାରେ ଶ୍ରୀ ସତ୍ୟ ସାଇ ସେବା ସମିତି, ଅନୁଗୋଳ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଅନୁଗୋଳ ରକ୍ତଭଣ୍ଡାର ଅନୁଗୋଳ ଜିଲ୍ଲା ବ୍ୟତୀତ ଦେବଗଡ, ନରସିଂହ ପୁର, ବୌଦ୍ଧ, ଢେ଼ଙ୍କାନାଳ ଓ ସମ୍ବଲପୁର ର ଲୋକମାନେ ମଧ୍ୟ ନିର୍ଭରଶୀଳ । ଅନୁଗୋଳ ରେ ରକ୍ତଶିକୂଳି ଓ ଥାଲେସିମିଆ ରୋଗ ରେ ପୀଡିତ ।ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ରହିଛି । ଏଣୁ ଲୋକମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ରକ୍ତ ର ଅଭାବ ଦୂର କରିବା ପାଇଁ ଶ୍ରୀ ସତ୍ୟସାଇ ସେବା ସମିତି, ଅନୁଗୋଳର ସେବାଦଳ ଭାଇ ଭଉଣୀ ମାନଙ୍କ ସହଯୋଗ ରେ ଏହି ଗ୍ରୀଷ୍ମ କାଳୀନ ରକ୍ତଦାନ ଶିବିର (ଅମୃତ ବିନ୍ଦୁ) ଆୟୋଜିତ ହୋଇଥିଲା । ଏହି ଶିବିର ରେ ମୋଟ ୮୪ ଜଣ ରକ୍ତଦାତା ରକ୍ତଦାନ କରିଥିଲେ । ଅନୁଗୋଳ ରକ୍ତଭଣ୍ଡାର ର କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ । ଡ଼ ସତ୍ୟ ବ୍ରତ ପାଟଯୋଷୀ ରକ୍ତଦାତା ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ରକ୍ତଦାତା ମାନଙ୍କୁ ବିଭିନ୍ନ ଉପହାର ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା।ତତ ସହିତ ହାଟରେ ପଣା ବଣ୍ଟନ କରାଯାଇଛି । ସତ୍ୟ ସାଇ ସେବା ସଂଗଠନ, ଅନୁଗୋଳ ଜିଲ୍ଲାର ଜିଲ୍ଲା ସଭାପତି ଶ୍ରୀ ଦୂର୍ଗା ପ୍ରସନ୍ନ ରଥ ଓ ଅନୁଗୋଳ ସମିତିର ଆବାହକ ବିଜୟ କୁମାର ପାଣିଗ୍ରାହୀ ତଥା ଅନେକ ସେବାଦଳ ଭାଇ ଭଉଣୀ ଉପସ୍ଥିତ ରହି ସହାୟତା ପ୍ରଦାନ କରିବା ସହିତ ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ ।ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ସହଯୋଗ କରିଥିବା ଭାଇ ଭଉଣୀ ତଥା ରକ୍ତଦାତାମାନଙ୍କୁ ସତ୍ୟ ସାଇ ସେବା ସମିତି ଅନୁଗୋଳ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଉଛି ।