ସ୍ୱାଧୀନତାର ସତସ୍ତରୀ ବର୍ଷ ପରେ ମଧ୍ୟ ଆଜିବି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଆନନ୍ତପୁର ପଞ୍ଚାୟତର ବଳଭଦ୍ରପୁର ସରକାରୀ ପୋଖରୀ ଠାରୁ ହରିପୁର ସରକାରୀ ବିଦ୍ୟାଳୟ ପଯ୍ୟନ୍ତ ପାଖାପାଖି ତିନି କିଲୋମିଟର ରାସ୍ତା ସମ୍ପୂର୍ଣ ଭାବେ ଶୋଚନୀୟ ଅବସ୍ଥାରେ ଅଛି | ଏଠାରେ ଆଜିବି ରୋଗୀଙ୍କୁ ଖଟିଆରେ ନେଇ ଚିକିସ୍ୟାଳୟ ପହଞ୍ଚା ଯାଉଅଛି | କୁନିକୁନି ପିଲାମାନେ ବିଦ୍ୟାଳୟକୁ ପାଠ ପଢିବା ପାଇଁ ଯିବା ପାଇଁ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ପିଇବା ପାଇଁ ପାଣିର ସୁବିଧା ନାହିଁ | ଗ୍ରାମରେ ସରକାରୀ ଯୋଜନାରେ ଲୋକମାନେ ମୌଳିକ ସୁବିଧା ପାଇବାରେ ବଞ୍ଚିତ ହେଉଛନ୍ତି | ଏହି ଅଞ୍ଚଳକୁ ପାଖାପାଖି 150 ରୁ ଉର୍ଦ୍ଧ ପରିବାରର 500 ଲୋକେ ନିର୍ଭର କରିଛନ୍ତି |