ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ରେ ଆଜି କାମଦା ଏକା ଦାସୀ ଥିବାରୁ ବିଶେଷ ପୂଜା ଅର୍ଚ୍ଚନା। ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ଆଜି କାମଦା ଏକାଦସୀ ଥିବାରୁ ବିଶେଷ ପୂଜା ଅର୍ଚ୍ଚନା କରାଯାଇଥିଲା। ପ୍ରାତଃ ରୁ ମଙ୍ଗଳ ଆଳତି,ମହାସ୍ନାନ ,ବସ୍ତ୍ର ,ଫୁଲ ହାର ତୁଳସୀ ହାର ଲାଗି କରାଯାଇଥିଲା।ବଲ୍ଲଭ ଭୋଗ ୧୦ ଟା ବେଳେ ଖେଚେଡ଼ି ଭୋଗ ମଧ୍ୟାହ୍ନ ରେ ଅନ୍ନ ଧୂପ ସନ୍ଧ୍ୟାରେ ଆଳତି ରାତ୍ର ଧୂପ ପରେ ଏକାଦଶୀ ବେଢ଼ା ପରିକ୍ରମା ପରେ ମହାଦୀପ ଉଠିଲା ପରେ ପହଡ଼ ପଡ଼ିବ। ପୂଜକ ମନସୁମନ୍ ମିଶ୍ର ପୂଜକ ଶ୍ରୀବତ୍ସ ମିଶ୍ର ,ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର,ପାଳିଆ ସେବକ ବ୍ରଜ ମୋହନ ମହାପାତ୍ର,ସୁଆର ନୀଳମଣି ଆଚାର୍ଯ୍ୟ , କାହାଳିଆ ଟିକନ୍ ବେହେରା ,ଓ ଜୀମାଦାର ଶ୍ୟାମସୁନ୍ଦର ପାଣଗ୍ରାହୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ କ୍ରମ ପାଳନ କରାଯାଇ ଥିଲା