• Thu. Dec 19th, 2024

ତାଳଚେର ଇଲେକ୍ଟ୍ରିକାଲ, ମେକାନିକାଲ, ମାଇନିଙ୍ଗ, ଏକ୍ସକାଭେସନ୍ କଣ୍ଟ୍ରାକ୍ଟର ୱେଲ ଫାୟାର ଆସୋସିଏସନ୍ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ l

BySwatipriya

Apr 12, 2024
Spread the love

ତାଳଚେର ୦୩/୦୪ ତାଳଚେର କୋଇଲାଖଣିରେ ଇଲେକ୍ଟ୍ରିକାଲ, ମେକାନିକାଲ, ମାଇନିଙ୍ଗ, ଏକ୍ସକାଭେସନ୍ କଣ୍ଟ୍ରାକ୍ଟର ୱେଲ ଫାୟାର ଆସୋସିଏସନ୍ ପକ୍ଷରୁ ଦୁଇ ଦଫା ଦାବିନେଇ ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା । ଏହି ସମ୍ମିଳନୀରେ ସଂଘର ସଭାପତି ସଂଜୟ ସିଂ, ଉପସଭାପତି ଜିତେନ୍ଦ୍ର ଦାସ୍, ସାଧାରଣ ସମ୍ପାଦକ ଶିବ ଶେଖର ସାହୁ ଓ ଆବାହକ ବାବୁ ରାଓ ପ୍ରମୁଖ ମଞ୍ଚାସିନ ଥିଲେ। ଏହି ସମ୍ମିଳନୀରେ ସଭାପତି ସୂଚନା ଦେଇଛନ୍ତି ଦିର୍ଘ ୨୦ ବର୍ଷରୁ ଅଧୂକ ହେବ ଏମ.ସି.ଏଲ ର ଜରୁରୀକାଳୀନ ପରିସ୍ଥିତି ରେ ଏହି ଠିକାଦାର ମାନେ କୋଇଲା ଉତ୍ତୋଳନରେ ଏମ୍.ସି.ଏଲ କୁ ସହଯୋଗ କରି ଆସୁଥିବାବେଳେ ଏବେ ଏମ.ସି.ଏଲ ଟାଳଟୁଳନୀତି ଅବଲମ୍ବନ କରି ଠିକାଦାର ମାନଙ୍କୁ କାର୍ଯ୍ୟରୁ ହଟାଇବାପାଇଁ ଚେଷ୍ଟା ଜାରୀରଖୁଛି ବୋଲି ଅଭିଯୋଗ କରିଛନ୍ତି ଠିକାଦାର ସଂଘ । ଆଗରୁ ଦୁଇଲକ୍ଷ ପର୍ଯ୍ୟନ୍ତ ଚାଲିଆସୁଥ‌ିବା କାର୍ଯ୍ୟକୁ ଏବେ ଇ ଟେଣ୍ଡର ମାଧ୍ୟମରେ ଏମ.ସି.ଏଲ.କରିବାକୁ ନିଷ୍ପତ୍ତି ନେଇଥ‌ିବାରୁ ସ୍ଥାନୀୟ ଠିକାଦାର ଏହି କାର୍ଯ୍ୟ ପାଇପାରିବେନାହିଁ ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି ।ତେବେ ଏମ.ସି.ଏଲ ଆଗାମୀ ଦିନରେ ଯଦି ସ୍ଥାନୀୟ ଠିକାଦାରଙ୍କ ପାଇଁ ସଠିକ ପଦକ୍ଷେପ ଗ୍ରହଣ ନ କରେ ଯାହା ଅସୁବିଧା ହେବ ସେଥିପାଇଁ ଏମ.ସି.ଏଲ ଦାୟୀ ରହିବ ବୋଲି ଚେତାବନୀ ଦେଇଛି ଠିକାଦାର ସଂଘ ।

Leave a Reply

Your email address will not be published. Required fields are marked *