• Mon. Dec 23rd, 2024

ଗଁଦିଆ ବ୍ଳକ ର ଷଡ଼ଙ୍ଗୀ ଗ୍ରାମ ରେ ବାଦପାଲା ଅନୁଷ୍ଠିତ

BySwatipriya

Apr 7, 2024
Spread the love

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ଷଡ଼ଙ୍ଗୀ ଗ୍ରାମ ରେ ପ୍ରତି ବର୍ଷ ଭଳି ବାଦପାଲା ମହୋତ୍ସବ ଷଡ଼ଙ୍ଗୀ ଗ୍ରାମ ବାସୀ ଙ୍କ ମିଳିତ ସହଯୋଗରେ ଏପ୍ରିଲ ମାସର ଚାରି ତାରିଖ ରାତ୍ର ରୁ ଆଠ ତାରିଖ ରାତ୍ର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଅଛି। ପାଲା କମିଟି ର ସଭାପତି ମଙ୍ଗୁଳି ଚରଣ ବେହେରା, ସମ୍ପାଦକ ବିଜୟ କୁମାର ବରାଳ କୋଷାଧ୍ୟକ୍ଷ ଅଜିତ୍ କୁମାର ରାଉତ ଙ୍କ ମିଳିତ ତତ୍ବାବଧାନରେ ଅନୁଷ୍ଠିତ ପାଲା କାର୍ଯ୍ୟକ୍ରମ ରେ ଢେଙ୍କାନାଳ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରୁ ସହସ୍ରାଧିକ ଜନସାଧାରଣ ଙ୍କ ସମାଗମ ହୋଇଥାଏ। ପ୍ରଥମ ତିନି ରାତିରେ ସ୍ଥାନୀୟ ସରପଞ୍ଚ ସମ୍ବିତ କୁମାର ଓଝା ଙ୍କ ସହ ବହୁମାନ୍ଯଗଣ ବ୍ୟକ୍ତି ଉପସ୍ଥିତ ହୋଇ ପାଲା କୁ ଉପଭୋଗ କରିଥିଲେ। ଓଡ଼ିଶା ର ବିଶିଷ୍ଟ ଯୁଗ ଉପଯୋଗୀ ଗାୟକ ବିଶ୍ଵନାଥ ସ୍ବାଇଁ ସାଂପ୍ରତିକ ପରିସ୍ଥିତିରେ ମଣିଷ ଚଳିବା ପାଇଁ ବିଭିନ୍ନ ପରାମର୍ଶ ଦେଇଥିଲା ବେଳେ କାବ୍ୟ ମାଧ୍ୟମରେ ଗାୟକ ଗୋପାଳ କୃଷ୍ଣ ଜେନା ମଞ୍ଚକୁ ଚିତ୍ତାକର୍ଷକ କରିଥିଲେ। ବାସ୍ତବିକ୍ ଗାୟକ ପିୟୁଷ ବିଶ୍ବନାଥ ସ୍ବାଇଁ ଓ ଗାୟକ ବାଣୀଭୁଷଣ ଗୋପାଳ କୃଷ୍ଣ ଜେନା ସମକକ୍ଷ ଗାୟକ ହୋଇଥିବାରୁ ଷଡ଼ଙ୍ଗୀ ମଞ ରେ ସାହିତ୍ୟିକ ଙ୍କ ସମାଗମ ହୋଇଥିଲା।ପାଲା କମିଟି ତରଫରୁ ଥଣ୍ଡାପାନୀୟ ,ସିରିଣି‌ଭୋଗ ଓ‌ ଚା ପାନୀୟ ର ବ୍ୟବସ୍ତା ହୋଇଥିଲା। ସତ୍ୟନାରାୟଣ ପୂଜା କମିଟିର ଷଡ଼ଙ୍ଗୀ ଓ‌ ଗ୍ରାମ ବାସୀ ଙ୍କ ସହଯୋଗ ବାସ୍ତବିକ୍ ଆଧ୍ୟାତ୍ମିକ ପରିବେଶ କୁ ଉତ୍ସବ ମୁଖର କରିପାରିଥିଲା।

Leave a Reply

Your email address will not be published. Required fields are marked *