ଢେଙ୍କାନାଳ ତରଭା ହଳଦିଗୁଣ୍ଡି ଗ୍ରାମ ର ମା ମଙ୍ଗରଭୋଇ ଦଣ୍ଡପାଟି ୪୮ବର୍ଷଧରି ଦଣ୍ଡ ପରମ୍ପରାକୁ ନିଷ୍ଠାର ସହ ପରିବେଷଣ। କରିଆସୁଛନ୍ତି। ମଧ୍ୟାହ୍ନ ରେ ଧୂଳିଦଣ୍ଡ, ପୁଷ୍କରିଣୀ ରେ ପାଣି ଦଣ୍ଡ ଓ ରାତ୍ରରେ ବିଭିନ୍ନ ପ୍ରକାରର ନୃତ୍ୟ ପରିବେଷଣ କରନ୍ତି।ଆଜି ସ୍ଥାନୀୟ ଦୃର୍ଗା ବଜାର ଠାରେ ବିଭିନ୍ନ ପ୍ରକାରର ଧୂଳିଦଣ୍ଡ ପରିବେଷଣ କରିଥିଲେ। ଯଥା ଧାନତଳିମରା,ଧାନବୁହା, ଗଛକଟା, ମନ୍ଦିର ତୋଳା, ମା’ଙ୍କ ବନ୍ଦନା ଇତ୍ୟାଦି ପ୍ରକାରର ଧୂଳିଦଣ୍ଡ ପରିବେଷଣ କରିଥିଲେ ଏବଂ ଦର୍ଶକ ମାନେ ମଧ୍ୟ ଖୁବ୍ ମନରଞ୍ଜନ କରିଥିଲେ l