ଅନଗୁଳ : ଆଉ କିଛିଦିନ ପରେ ଆସୁଛି ନିର୍ବାଚନ, ନିର୍ବାଚନ କୁ ଆଖି ଆଗରେ ଦେଖି ବିଭିନ୍ନ ରାଜନୈତିକ ମହଲ ରେ ବେଶ ସର୍ଗମ ଦେଖିବାକୁ ମିଳୁଛି ଏହାରି ଭିତରେ ଓଡ଼ିଶାରେ ହଟଚମଟ ପକାଉଥିବା,ଲୋକସଭା କ୍ଷେତ୍ର ହେଉଛି ସମ୍ବଲପୁର ଲୋକସଭା ଆସନ, ଏହି ସମ୍ବଲପୁର କ୍ଷେତ୍ର ରେ ହେଭି ୱେଟ ନେତା ଙ୍କ ମଧ୍ୟରେ ହେବାକୁ ଯାଉଛି ବଡ଼ ଧରଣର ଫାଇଟି,ସମ୍ବଲପୁରୁ ସଂସଦ ପାର୍ଥିପାଇଁ ଭାରତୀୟ ଜନତା ପାର୍ଟି ଓଡିଶା ର ବିକାଶ ପୁରୁଷ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ସାଂସଦ ପାର୍ଥି ଭାବେ ମୈଦାନ କୁ ଓଲ୍ହେଇଛି ବିଜେପି, ସେହି ଭଳି ଭାବେ ବିଜେପି କୁ କଡା ଟକର ଦେବାପାଇଁ ବିଜୁଜନତା ଦଳର ଟାଣୁଆ ନେତା ପ୍ରଣବ ପ୍ରକାଶ କୁ ସମ୍ବଲପୁର ସାଂସଦ ଭାବେ ପାର୍ଥି କରିଛି ବିଜେଡି,ଏହି ପରିପକ୍ଷୀରେ ଆଠମଲ୍ଲିକ ବିଧାନସଭା ଉପରେ ଏବେ ସମସ୍ତ ଙ୍କ ନଜର, କାହାକୁ ମିଳିବ ଆଠମଲ୍ଲିକ ବିଧାୟକ ଆସନ, ଏନେଇ ବିଜେଡି ବିଜେପି ମଧ୍ୟ ରେ ଛକା ପଞ୍ଝା ଚାଲିରହିଥିବା ବେଳେ ବିଜେପି ରୁ କିଏ ଲଢ଼ିବ ଆଠମଲ୍ଲିକ ବିଧାନସଭା ର ଲଢେଇ, ଦଳ କାହାକୁ କରିବ ଭରସା ତାକୁ ନେଇ ଏବେ ଚାହା ଖଟିରେ ଜୋର ଚର୍ଚ୍ଚା, ସେ ପଟେ ବିବାଦୀୟ ନେତା ସଂଜୀବ ସାହୁ ଦୁଇଥର ଆଠମଲ୍ଲିକ ବିଧାନସଭା ରେ ବିଜେଡି ରୁ ଟିକେଟ ପାଇ ବିଧାୟକ ପଦ ହାସଲ କରିଥିଲେ, ଧୀରେ ଧୀରେ ବିବାଦୀୟ ହବା ସହ ତାଙ୍କ ଘରେ କାର୍ଯ୍ୟ କରୁଥିବା ରୁଷିଆ ର ବଳାତ୍କାର ମାମଲା ରେ ଛନ୍ଦି ହୋଇପଡ଼ିବା ସହ ରାସ୍ତା ଘାଟ ଦୁର୍ନୀତି ରେ ମଧ୍ୟ ବିବାଦରେ ଛନ୍ଦି ହୋଇପଡ଼ିଥିଲେ ପୂର୍ବତନ ବିଧାୟକ ସଂଜୀବ ସାହୁ,ବିଜେଡି 2019 ମସିହାରେ ବିଜୁଜନତା ଦଳ ଆଉ ଭରସା କଲା ନାହିଁ ସଂଜୀବ ସାହୁ ଙ୍କୁ, ନୂଆ ଚେହେରା ରମେଶ ସାୟା ଙ୍କୁ ଦଳ ଟିକେଟ ଦେଇଥିଲା, ବିଫୁଲ ସଂଖ୍ୟାରେ ଭୋଟ ପାଇ ମଧ୍ୟ ବିଧାୟକ ସାୟା ଜୟଯୁକ୍ତ ହୋଇଥିଲେ,ବିଜେଡି ପକ୍ଷରୁ ପୂର୍ବତନ ବିଧାୟକ ସଂଜୀବ ସାହୁ କୁ ଟିକେଟ ନ ମିଳିବାପରେ, ବିଜେଡି ପାଇଁ ଅଲୋଡ଼ା ହୋଇପଡ଼ିଥିଲେ ସଂଜୀବ ସହୂ, ଧୀରେ ଧୀରେ କଣଠେସା ନେତା ହୋଇପଡ଼ିଥିଲେ ସଂଜୀବ ସାହୁ, କଣ ଠେସା ନେତା ରୁ ବାହାରକୁ ବାହାରିବାର ଚେଷ୍ଟା କରି ଭାରତୀୟ ଜନତା ପାର୍ଟି ରେ ଯୋଗଦାନ କରିଥିଲେ, ଏବେ ଆସ ବାନ୍ଧି ବସିଛନ୍ତି ପୁଣି ବିଧାୟକ ପଦବୀ ହାତେଇଵାର, କିନ୍ତୁ ଆଠମଲ୍ଲିକ ବାସି ବିବାଦୀୟ, ବଳାତ୍କାର ମାମଲା ରେ ଛନ୍ଦି ହୋଇଥିବା ଏବଂ ବିଭିନ୍ନ ଦୁର୍ନୀତି ରେ ଛନ୍ଦି ହୋଇଥିବା ସଂଜୀବ ସାହୁ ଙ୍କୁ ଆଠମଲ୍ଲିକ ବାସି ଗ୍ରହଣ କରିବାକୁ ନାରାଜ, ଏମିତି କି ଖୁଦ ବିଜେପି କର୍ମୀ ମନେ ମଧ୍ୟ ଶ୍ରୀ ସାହୁ ଙ୍କୁ ବିଜେପି ନେତା ଭାବେ ଗ୍ରହଣ କରୁନଥିବା ବିଶେଷ ସୂତ୍ର ରୁ ଜଣାପଡିଛି,ପୂର୍ବତନ ବିଧାୟକ ସଂଜୀବ ସାହୁ ବିଜେପି ରେ ମିଶିଲା ପରେ ନିଜ ଗ୍ରାମ ଅଙ୍ଗପଡରେ ସମିତି ସଭ୍ୟ ତ ଦୂରର କଥା ବିଜେପି ସରପଞ୍ଚ ଙ୍କୁ ମଧ୍ୟ ଜିତେଇ ପାରିଲେ ନାହିଁ, ଯେଉଁ ନେତା ନିଜ ଗ୍ରାମରେ ସରପଞ୍ଚ ଜିତେଇ ପାରୁନାହିଁ ସେଇ ନେତା ନିଜେ କେମିତି ବିଧାୟକ ହବ ତାହା ବିଜେପି କର୍ମୀ ମାନଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି,ଆଠମଲ୍ଲିକ ବାସୀଙ୍କ ଙ୍କ କହିବା କଥା 10 ବର୍ଷ ଧରି ବିଧାୟକ ରହିଲେ ସଂଜୀବ ସାହୁ, ପୁଣି ବାଣିଜ୍ୟ ପରିବହନ ମନ୍ତ୍ରୀ ବି ହେଲେ ଶ୍ରୀ ସାହୁ, କିନ୍ତୁ ଆଠମଲ୍ଲିକ ପାଇଁ ବିକାସ କିଛି କରିପାରିଲେ ନାହିଁ ବିକାଶ ପରିବର୍ତ୍ତେ ବିନାଶ କଲେ ସାହୁ, ମହେନ୍ଦ୍ର ଉଚ୍ଚବିଦ୍ୟାଳୟ ରୁ NCC କୁ ଆଠମଲ୍ଲିକ ସଦର ମହକୁମା ରୁ ଉଠେଇ ନେଇ ନିଜ ଗ୍ରାମ ଅଙ୍ଗାପଡ ବିଦ୍ୟାଳୟକୁ ନେଇଯାଇଥିଲେ, ଯାହାଫଳେ ଏବେବି ଆଠମଲ୍ଲିକ ବାସୀଙ୍କ ମନରୁ ସେ ଦୁଃଖ ଲିଭି ନାହିଁ, ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିକାଶ ମୂଳକ କାର୍ଯ୍ୟ କୁ ଆଠମଲ୍ଲିକ ବାସି ଗ୍ରହଣ କରୁଥିବା ବେଳେ, ଆଠମଲ୍ଲିକ ବିଧାନସଭା କ୍ଷେତ୍ର ରେ ବିଜେପି ର ବିଜୟ ଏକ ପ୍ରକାର ସ୍ଥିର ଥିବା ବେଳେ ଯଦି ବିବାଦୀୟ ନେତା ଙ୍କୁ ଦଳ ଟିକେଟ ଦିଏ ତେବେ ଦଳ ହରିବାର ସ୍ୱାଦ ପୁଣି ଚାଖିବ ବୋଲି ଜୋର ଚର୍ଚ୍ଚା ହେଉଛି, ନିକଟରେ ଆଠମଲ୍ଲିକ ମାଟିର ଯୁବ ସମାଜ ସେବି ଅର୍ଜୁନ ସାହୁ ବିକାଶ ପୁରୁଷ ଧର୍ମେନ୍ଦ୍ର ପ୍ରଧାନ ଙ୍କ ନୀତି ଆଦର୍ଶରେ ବିଜେପି ରେ ଯୋଗଦାନ କରିଛନ୍ତି, ଅର୍ଜୁନ ସାହୁ ଙ୍କୁ ଆଠମଲ୍ଲିକ ବାସି ବେଶେ ଆଦର ସହ ଭଲ ମଧ୍ୟ ପାଅନ୍ତି,ଛୋଟ ପିଲା ଠୁ ଆରମ୍ଭ କରି ବୁଢା ବୁଢ଼ୀ ଯାଏଁ ସେ ସମସ୍ତ ଙ୍କ ସ୍ନେହର ପତ୍ର ଅର୍ଜୁନ ଭାଇ କାହିଁକି ନା, ଆଠମଲ୍ଲିକ ଅଞ୍ଚଳ ରେ ଗରିବ ଅସହାୟ ଙ୍କ ସୁଖ ଦୁଃଖ ରେ ସେ ସଦାସର୍ବଦା ଠିଆ ହୁଅନ୍ତି ଅର୍ଜୁନ ସାହୁ, କରନା ମହାମାରୀରେ ସମୟରେ ନିଜ ଜୀବନ କୁ ବାଜି ଲଗାଇ ନିସ୍ୱାର୍ଥ ସେବା ରେ ନିଜକୁ ଉତ୍ସର୍ଗୀତ କରିଛନ୍ତି ଅର୍ଜୁନ ସାହୁ,ସେଥିପାଇଁ ଆଠମଲ୍ଲିକ ରେ ଗୋଟିଏ ନାରା ଏଥର ଅର୍ଜୁନ, ଯଦି ବିଜେପି ଏଭଳି ବ୍ୟକ୍ତିତ୍ୱ ଙ୍କୁ ଟିକେଟ ଦିଆ ବିଜୟୀ ସୁନିଶ୍ଚିତ l